----୯୦ ଦଶକର ଦୂରଦର୍ଶନ ଆଉ ଆମେ------
୧- ରବିବାର ସକାଳୁ ସକାଳୁ ଆମେ ଗାଧୋଇ ପାଧୋଇ ଟିଭି ସାମ୍ନା ରେ ବସି ଯାଉଥିଲୁ ।
୨- ରଙ୍ଗୋଲି ରୁ ଆରମ୍ଭ ହେଉଥିଲା ପୁରୁଣା ଗୀତ ପରେ ନୂଆ ଗୀତ କୁ ଅପେକ୍ଷା କରୁଥିଲୁ ।
୩- ଜଙ୍ଗଲ ବୁକ କୁ ଦେଖିବାର ଆଗ୍ରହ ।
୪-ରାମାୟଣ ,ମହାଭାରତ ଓ ଚନ୍ଦ୍ରକାନ୍ତା ର ଲେଖାରୁ ଆରମ୍ଭ କରି ଶେଷ ଲେଖା ପର୍ଯ୍ୟନ୍ତ ।
୫- ସବୁବେଳେ ସସପେନସୄ ରେ ରଖି ପୁଣି ଆସନ୍ତା ସପ୍ତାହ କୁ ଅପେକ୍ଷା କରୁ କି ଆଗକୁ କଣ ହେବ ।
୬- ଶନିବାର ଆଉ ରବିବାର ସନ୍ଧ୍ୟା ବେଳେ ଫିଲ୍ମ କୁ ଅପେକ୍ଷା କରିବା
୭- କୌଣସି ନେତାଙ୍କର ମୃତ୍ୟୁ ରେ ଯଦି ଟିଭି ବନ୍ଦ ହୁଏ ନେତା କୁ ଗାଳି ଦେଇ ଖେଳିବା କିମ୍ବା ଦୁଷ୍ଟାମୀ ରେ ଲାଗୁଥିଲୁ ।
୮- ଶକ୍ତିମାନ ଆଗକୁ କଣ କରିବା ସେ କିଲବିଶ୍ କୁ କେମିତି ହରେଇବ ତାର ଅପେକ୍ଷାରେ ।
୯- ରାତିରେ ଏଲିଫଲୈଲା ରେ ସିନ୍ଧିବାଦ ର ଆଗକୁ କାର୍ଯ୍ୟକ୍ରମ ବିଷୟରେ ଭାବିବା ।
୧୦- ପବନ ହେଲେ ଆଣ୍ଟିନା ବୁଲି ଗଲେ ସଂଗେ ସଂଗେ ତାକୁ ଠିକ କରିବା ।
୧୧ - ପ୍ରୋଗ୍ରାମ ସମୟରେ ଯଦି ଲାଇନ କାଟି ଯାଏ ୧ ଠାରୁ ୧୦ ପର୍ଯ୍ୟନ୍ତ ଗଣିବା ।
୧୨ - କ୍ରିକେଟ ରେ ସଚିନ ଆଉଟ ହେଲେ ନିଜେ ବ୍ୟାଟ ବଲ ଧରି ଖେଳି ପଳେଇବା ।
୧୩- ଯଦି ନିଜ ଘରେ ଟିଭି ନଥାଏ ତେବେ ପଡୋଶୀ ଘରେ ଲୁଚି ଲୁଚି ଟିଭି ଦେଖିବା ।
୧୪- ଭୋକ ଶୋଷ ଭୁଲି ଯାଉଥିଲୁ ଟିଭି ଦେଖିବା ପାଇଁ ।
ପିଲା ବେଳର ସେ ସମୟ ଆସୁନି.
ସାଙ୍ଗମାନଙ୍କ ଭିତରେ ସେ ସମ୍ପର୍କ ନାହିଁ, ଆଉ କ୍ୟାଲେଣ୍ଡର ରେ ସେ ରବିବାର ଆସୁନି ।
ସେଇ ପିଲା ବେଳ ର ସାଇକଲ ଏବି ବି ମାନେ ପଡୁଛି ଯେତେ ବେଳେ କୌଣସି ସାଙ୍ଗର ପଛରେ ବସି ଯାଉଥିଲୁ. ମଜା ଆସୁନି ଆଜି କାର ରେ ବସି ।
ରାମାୟଣ, ମହାଭାରତ, ଚାଣକ୍ୟ ଆଉ ଆସୁନି,
ପିଲା ବେଳର ସେ ରବିବାର ଆଉ ଆସୁନି ।
ଏବେ ତ ସବୁ ଦିନ ସୋମବାର, ଘର ସ୍ତ୍ରୀ, ପିଲା, ଛୁଆ, ବସ ଙ୍କ ଅର୍ଡର, ଅଫିସ ବସ ଏହି ରହିଗଲା ଜୀବନ ରେ
ପିଲା ଦିନ ର ସେ ରବିବାର ଆଉ ଆସୁନି ।
ପିଲା ଦିନର ସେ ରବିବାର ଆଉ ଆସୁନି ।
#ସଂଗୃହୀତ
No comments:
Post a Comment